ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ପାଇଁ ରେଡ୍ ସ୍ୱସ୍ତିକ ସୋସାଇଟିର ୫ ଦିନିଆ ପରିମାପ ଶିବିର

ଭୁବନେଶ୍ୱର:ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ପାଇଁ ପାଞ୍ଚଦିନିଆ ନିଶୁଳ୍କ ପରିମାପ ଶିବିର ସଂମ୍ପୂର୍ଣ୍ଣ କୋଭିଡ଼୍ ନିୟମକୁ ଅନୁପାଳନ ପୂର୍ବକ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେଡ୍ ସ୍ୱସ୍ତିକ ସୋସାଇଟି କାର୍ଯ୍ୟାଳୟଠାରେ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ରଭାବେ ଯୋଗାଯୋଗ ଓ ରେଜିଷ୍ଟ୍ରେସନ୍ ମାଧ୍ୟମରେ ଏକ ତାଲିକା ପ୍ରସ୍ଥୁତ କରାଯାଇଛି । ପର୍ଯ୍ୟାୟକ୍ରମେ ଏହି ତାଲିକା ଅର୍ନ୍ତଭୁକ୍ତ ଭିନ୍ନକ୍ଷମମାନଙ୍କୁ ପାଞ୍ଚଦିନିଆ ଶିବିରରେ କୃତ୍ରିମ ଅଙ୍ଗପ୍ରଦାନ ନିମନ୍ତେ ପରିମାପ କରାଯିବ । ଏହି ଶିବିରରେ ପଦ୍ମଶ୍ରୀ  ଦିଲ୍ଲୀପ୍ ତିର୍କୀ, ରେଡ୍ ସ୍ୱସ୍ତିକ ସୋସାଇଟିର ମୁଖ୍ୟ ବିଜୟ ଆଚାର୍ଯ୍ୟ, ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ରେଡ଼୍ ସ୍ୱସ୍ତିକ୍ ଓଡ଼ିଶା ଶାଖାର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭିନ୍ନକ୍ଷମମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ବହୁ କଲ୍ୟାଣକାରୀ ଯୋଜନା ମାନ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ମତପ୍ରକାଶ କରିଥିଲେ।

Comments are closed.