ତାଲାବନ୍ଦରେ ଆରମ୍ଭ ହେଲା ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ଗୁଣପୁର : ତାଲାବନ୍ଦ ବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରରେ ମାଗଣା ଖାଦ୍ୟ ପୁଡିଆ ବଣ୍ଟନ କାର୍ଯ୍ୟକ୍ରମ ବୁଧବାରଠାରୁ ଆରମ୍ଭ ହୋଇଛି। ସହରର ଅୟହାୟ ଗରିବ ମାନସିକ ବିକୃତ ଓ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଏହି ଖାଦ୍ୟ ପୁଡିଆ ଦିଆଯାଉଛି। ଗତବର୍ଷ ୪୦ ଦିନ ଧରି ଏହି କାର୍ଯ୍ୟକ୍ରମକୁ ବହୁତ ସହଯୋଗ ମିଳିଥିଲା। ଯାହା ଫଳରେ କି ସଫଳତାର ସହ ୪୦ ଦିନ ବ୍ୟାପି ଖାଇବା ପୁଡିଆ ବଣ୍ଟନ ହୋଇଥିଲା।

ଏଥର ମଧ୍ୟ ସ୍ୱତନ୍ତ୍ର ଭାବେ ରନ୍ଧନ ଓ ପୁଡିଆ କରି ସ୍ବଚ୍ଛୋସେବୀମାନେ ଧୁ-ଧୁ ଖରାରେ ଆଜିଠାରୁ ବଣ୍ଟନ ଆରମ୍ଭ କରିଛନ୍ତି। ଏଥିପାଇଁ ସହରର ବିଭିନ୍ନ ବର୍ଗର ଲୋକେ ସହଯୋଗର ହାତ ବଢାଇଛନ୍ତି। ପ୍ରଥମ ଦିନରେ ଡଃ ରାମ ନାରାୟଣ ମହାନ୍ତି ଏଥିପାଇଁ ଦାନ କରିଥିବା ବେଳେ ତା ପଛକୁ ପଛ ଆଇ. ରାମବାବୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଇ ୟୁଗାନ୍ଧାର, ଆମେରିକାରେ ରହୁଥିବା ବ୍ରଜ ରଥ, ଅଧ୍ୟାପିକା ଏଲଟି ସଷ୍ମିତା ବାଉରୀ, ଟୁନା ମିଶ୍ର, ଫ୍ରେଣ୍ଡସ୍‍ ଗୃପ, ବଳରାମ ପଣ୍ଡା ଟ୍ରଷ୍ଟ ପକ୍ଷରୁ ପ୍ରଫେସର ପତିତ ପାବନ ପଣ୍ଡା, ସୂର୍ଯ୍ୟ  ନାୟକ, ଦେବଗଡରେ ରହୁଥିବା ସୋନ୍ତଷ ରଥ, ପ୍ରଫେସର ଡଃ ସତ୍ୟ ପ୍ରକାଶ ପଣ୍ଡା, ସୁବୁଦ୍ଧି ଅନିଲ, ଶିକ୍ଷକ ସିମାଞ୍ଚଳ ପୂଜାରୀ, ପ୍ରଫେସର ଗଣେଶ୍ୱର ସତପଥି, ଖତୁ ପଟ୍ଟନାୟକ ପରିବାର ପକ୍ଷରୁ ସହାୟତାର ହାତ ବଢା ଯାଇଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମକୁ ମିଲି ପାଢି, ପ୍ରମୋଦ ପଣ୍ଡା, ଶିବ ପୂଜାରୀ, ସୁରେନ୍ଦ୍ର ବେହେରା, ସିତିନ୍‍ ପୂଜାରୀ, ସମୁ ପାଣିଗ୍ରାହୀ, ରମେଶ ମିଶ୍ର, ତନ୍ମୟ ମହାପାତ୍ର, କୃଷ୍ନ ପାତ୍ର, ବିଶୁ ପ୍ରମୁଖ ପରିଚାଳନା କରୁଛନ୍ତି।

Comments
Loading...