ଅନଲାଇନ ଆପ୍ ଜରିଆରେ ଠକେଇ କରୁଥିଲେ, ବୃନ୍ଦାବନରୁ ବନ୍ଧାହେଲେ

ବାଲେଶ୍ବର : ଅନଲାଇନ ଆପ୍ ଜରିଆରେ ଠକେଇ କରି ବୃନ୍ଦାବନରୁ ବନ୍ଧା ହେଲେ ଡ଼ିଜିଟାଲ ରିଭୋଲେସନ୍‌ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାର। ବାଲେଶ୍ବର ଜିଲ୍ଲା ସମେତ ଓଡ଼ିଶାରୁ ୫ରୁ ୬ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ଗିରଫ କରିଛି। ଗିରଫ ପରେ ଆଜି ବାଲେଶ୍ଵର ସ୍ଵତନ୍ତ୍ର ଅଦାଲତରେ ପ୍ରିନ୍ସ କୁମାରଙ୍କୁ ହାଜର କରାଯାଇଛି।

ଅଭିଯୁକ୍ତ ପ୍ରିନ୍ସ କୁମାର ମୋବାଇଲ ଏପ୍ଲିକେସନ୍‌ ମାଧ୍ୟମରେ ଆଇଡି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲା। ଜଣେ ବ୍ୟକ୍ତି ଗୋଟିଏ ଆଇଡି ଖୋଲି ୧୫ହଜାର ଟଙ୍କା ଜମା କଲେ ଜମାକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏପ୍ଲିକେସନ୍‌ ମାଧ୍ୟମରେ ମାସକୁ ୨୬୦୦ ଟଙ୍କା ଫେରିପାଇବା ଭଳି ଲୋଭ ଦେଖାଇଥିଲା। ଏପରି ଭାବେ ଲୋକଙ୍କୁ ଭୁଆଁ ବୁଲାଇ ବାଲେଶ୍ବର ଓ ବାରିପଦା ଅଞ୍ଚଳରୁ ୨କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। କୋର୍ଟ ହାଜର ପରେ ଅର୍ଥନୈତିକ ଅପରାଧ ଶାଖା ପୁଣି ରିମାଣ୍ଡରେ ନେବ ବୋଲି ଜଣାପଡିଛି।

Comments are closed.