ଆସିଲା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, ସାଧାରଣ ଲୋକଙ୍କ ଆଣ୍ଟିବଡ଼ି ୬୫.୧୨%

ଭୁବନେଶ୍ବର: ଓଡ଼ିଶାର ୩ଟି ଜିଲ୍ଲାରେ କରାଯାଇଥିଲା ସେରୋ ସର୍ଭେ। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପରେ ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ସାଧାରଣ ଲୋକଙ୍କ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫ ପ୍ରତିଶତ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାରେ ୭୦.୯ , ରାୟଗଡା ଜିଲାରେ ୬୩ ଏବଂ କୋରାପୁଟ ଜିଲାରେ ୬୩ ପ୍ରତିଶତ ସେରୋ ପ୍ରିଫେଲାନ୍ସ ବା ଆଣ୍ଟିବଡି ଚିହ୍ନଟ କରାଯାଇଛି।

 

ଆଗାମୀ ଦିନରେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ଦ୍ବରା ଚିହ୍ନଟ କରାଯାଇଥିବା ଆଣ୍ଟିବଡ଼ି ରାଜ୍ୟରେ କରୋନା ତୃତୀୟ ଲହରକୁ ପ୍ରତିହତ କରିପାରିବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରିଛନ୍ତି। ଏଥିରୁ ସର୍ବସାଧାରଣରୁ ୧ ହଜାର ୨୩୦ ନମୁନା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୩୧୧ ନମୁନା ସଂଗ୍ରହ ହୋଇଥିଲ।

Comments are closed.