ବୌଦ୍ଧ-ବଘିଆପଡା ମୁଖ୍ୟରାସ୍ତାରେ ଅଟୋରିକ୍ସା ଓଲଟି ୭ ମହିଳା ଆହତ

ବୌଦ୍ଧ : ବୌଦ୍ଧଥାନା ଅନ୍ତର୍ଗତ ବୌଦ୍ଧ ବଘିଆପଡା ମୁଖ୍ୟରାସ୍ତାର ସାଲେଇସିଂ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋରିକ୍ସା ଓଲଟି ପଡିବା ଯୋଗୁଁ ୭ ଜଣ ମହିଳା ଆହତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତବାକ ବିଭିନ୍ନ ଗ୍ରାମର ୧୪ ଜଣ ମହିଳା ଏକ ଅଟୋରିକ୍ସା ଯୋଗେ ବଘିଆପଡା ହାଟରୁ ଫେରୁଥିବାବେଳେ ସାଲେଇସିଂ ବିଦ୍ୟାଳୟ ସମ୍ମୁଖରେ ଅଟୋ ରିକ୍ସାଟି ଓଲଟି ପଡିଥିଲା। ତେବେ ଅଟୋ ଡ୍ରାଇଭର କୌଣସି ମତେ ଗାଡିକୁ ଉଠାଇ ଆହତମାନଙ୍କୁ ଛାଡି ସେଠାରୁ ଗାଡି ନେଇ ଫେରାର ହୋଇଯାଇଥିବା ଜଣାଯାଇଛି। ସ୍ଥାନୀୟ ଲୋକମାନେ ପହଞ୍ଚି ଆହତ ମହିଳାମାନଙ୍କୁ ୧୦୮ ଆମ୍ବୁଲାନଓ ଯୋଗେ ବୌଦ୍ଧ ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ। ଆହତ ହୋଇଥିବା ସମସ୍ତ ମହିଳା ଏରଡା ଗ୍ରାମର ବୋଲି ଜଣାପଡିଛି। ବଘିଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଅଟୋରିକ୍ସା ସଂପର୍କରେ ତଦନ୍ତ ଚଳାଇଥିବା ଜଣାପଡିଛି।

Comments are closed.