ମହଙ୍ଗା ପଡିଲା ଅପହରଣ ନାଟକ – ଅପହୃତ ସହ ୪ ଗିରଫ

ଅନୁଗୁଳ: ସାଙ୍ଗମାନଙ୍କ ସହାୟତାରେ ନିଜକୁ ଅପହରଣ କରିବା ଓ ନିଜ ବାପାଙ୍କଠାରୁ ଅର୍ଥ ଆଦାୟ କରିବା ପୁଅ ଓ ତାର ସାଙ୍ଗମାନଙ୍କ ପାଇଁ ମହଙ୍ଗା ପଡିଛି। ସୂଚନା ଅନୁଯାୟୀ, ଗତ ସନ୍ଧ୍ୟାରେ ତାଳଚେର ଅଂଚଳର ପପୁ ଗୌରବ ଘୋଷ (୨୦)ଙ୍କୁ ମୋବାଇଲରେ କଲ କରି ବାକିଆ ପଇସା ଦେବାକୁ କହିଥିଲା ଓ ଗୌରବ ୪୦ ହଜାର ତାଙ୍କ ଧରି ବାହାରକୁ ଆସିଥିଲା। କିନ୍ତୁ ଘରକୁ ଫେରି ନ ଥିଲା। ପରେ ଶକ୍ତି ନାମକ ଜଣେ ଯୁବକ ଗୌରବଙ୍କ ପିତାଙ୍କୁ ୨୫ ହଜାର ଟଙ୍କା ନ ଦେଲେ ତାଙ୍କ ପୁଅ ଫେରିବନି ବୋଲି କହିଥିଲା।

ପିତା ପଞ୍ଚାନନ ଘୋଷ ୨୫ ହଜାର ଟଙ୍କା ଧରି ପିଟିସି ହାଇସ୍କୁଲ ଛକକୁ ଯାଇ ଅପେକ୍ଷା କରିଥିଲେ କିନ୍ତୁ ସନ୍ଧ୍ୟା ୮ଟା ବେଳକୁ କିଛି ଦୁର୍ବୁତ୍ତ ତାଙ୍କୁ ଚାପୁଡ଼ା ମାରିବା ସହ ପଇସା ଛଡେଇ ନେଇଥିଲେ। ନିଜ ପୁଅ ଏଭଳି କରିଥିବା ଅନୁମାନ କରି ପିତା ପଞ୍ଚାନନ ଥାନାରେ ଏତଲା ଦେବା ପରେ ପୁଲିସ ଗୌରବ ଘୋଷଙ୍କ ସମେତ ତାର ସାଙ୍ଗ ବିନୋଦ ବେହେରା, ଶକ୍ତି ପ୍ରସାଦ ମହାନ୍ତି ଓ ପପୁନ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.