କାରଖାନାରେ ବିଷାକ୍ତ ଗ୍ୟାସ୍‌ ଯୋଗୁଁ ୪ ଜଣଙ୍କ ମୃତ୍ୟୁ, ୨ ଗୁରୁତର

ବାହାଦୁରଗଡ଼: ହରିୟାଣା ବାହାଦୁରଗଡ଼ର ରୋହଦ କାରଖାନା ଅଞ୍ଚଳରେ ବୁଧବାର ବଡ଼ ଅଘଟଣ ଘଟିଛି। ବିଷାକ୍ତ ଗ୍ୟାସ୍‌ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୨ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତକ ଉତ୍ତରପ୍ରଦେଶ ବାସିନ୍ଦା ଥିଲେ। କାରଖାନାରେ ପାଞ୍ଚ ଫୁଟ ଗଭୀର ଏକ ଟାଙ୍କି ଅଛି। ଏଥିରେ କେମିକାଲ ଯୁକ୍ତ ଜଳ ଗଚ୍ଛିତ ହୁଏ। ସମସ୍ତେ ଏହି ଟ୍ୟାଙ୍କରେ ପଶିଥିଲେ। ବିଷାକ୍ତ ଗ୍ୟାସ ଯୋଗୁଁ ୪ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ବିଷୟ ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଉତ୍ତେଜନା ପ୍ରକାଶ ପାଇଛି।

 

Comments are closed.