୪ଛୁଆଙ୍କୁ ହତ୍ୟା କରି ଫାଶିରେ ଝୁଲିଲେ ୨ ଭାଇ; କବାଟ ଭାଙ୍ଗି ଶବ ଉଦ୍ଧାର କଲା ପୁଲିସ

ଅହମଦାବାଦ :ଗୁଜୁରାଟର ଅହମଦାବାଦରେ ଶୁକ୍ରବାର ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଥିବା  ଜଣାପଡ଼ିଛି। ସହରର ବନବା ଅଂଚଳରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ୨ ଭାଇ ଓ ତାଙ୍କର ୪ ପିଲା। ସେମାନଙ୍କ  ମୃତଦେହ ତାଙ୍କ ନିଜ ବାସଭବନରୁ ଜବତ ହୋଇଛି। ପୁଲିସକୁ ଉକ୍ତ ଘଟଣା ବିଷୟରେ ଖବର ମିଳିବା ପରେ , ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ।

ଦୁଇ ଭାଇ ଏକ ଲୁଗା ଦୋକାନରେ କାମ କରୁଥିଲେ । ଘଟଣା ଦିନ ପିଲାମାନଙ୍କୁ ବୁଲାଇ ନେବାକୁ କହି ସେମାନେ ଘରୁ ବାହାରିଥିଲେ । ମାତ୍ର ଦୀର୍ଘସମୟ ଧରି ନ ଫେରିବାରୁ ପରିବାର ଲୋକମାନେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ଘରଠାରୁ ଦୂରରେ କିଣିଥିବା ଏକ ଆପାର୍ଟମେଣ୍ଟରେ ସେମାନଙ୍କର ମୃତଦେହ ଠାବ ହୋଇଥିଲା ।
ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ଘଟଣାର ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Comments are closed.