ଉତ୍କଳ ନ୍ୟୁଜ୍ର ସ୍ୱନକ୍ଷତ୍ର ଦିବସ

ଚୌଦ୍ୱାର : ସମାଜର ବିଭିନ୍ନ ସମସ୍ୟା ଓ ସାଧାରଣ ଜନତାଙ୍କ ସ୍ୱରକୁ ନିର୍ଭିକ ଭାବେ ପରିବେଷଣ କରି ସାମାଜିକ ବିକାଶରେ ସାମିଲ ହେବାକୁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି। ପବିତ୍ର ଉତ୍କଳ ଦିବସରେ ସ୍ଥାନୀୟ ପୌର ଟାଉନ୍ହଲରେ ୱେବ୍ ଚାନେଲ ଉତ୍କଳ ନ୍ୟୁଜ୍ର ପ୍ରଥମ ସ୍ୱନକ୍ଷତ୍ର ଦିବସ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉତ୍କଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଚାନେଲ ମୁଖ୍ୟ ସୁନୀତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଟେଟ୍ରାହେଡ଼େନ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ତ୍ରୀଦେବ୍ ବେହେରା, ପୂର୍ବତନ କାଉନସିଲର ବିଷ୍ଣୁ ଚରଣ ପରିଡ଼ା, ବିଧାୟକ ପ୍ରତିନିଧି ସେକ୍ ସାହାଜାନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିମଳ କୁମାର ବେଉରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।