୨୪କୋଟି ବର୍ଷ ପୂର୍ବ ମାଛ ଜୀବାଶ୍ମ ଠାବ

ନିକଟରେ ଚୀନ୍ ଗବେଷକସମୂହ ୟୁନାନ୍ ପ୍ରାନ୍ତରେ ବହୁ ପୁରାତନ ସମୟର ଏକପ୍ରକାର ମାଛର ଜୀବାଶ୍ମ ଠାବ କରିଛନ୍ତି। କଣ୍ଟାଥିବା ଏହି ମାଛ ଜିନସ ପେଲ୍ଟୋପେରଲିଡସ୍ ପ୍ରଜାତିର, କିଛି ବର୍ଷ ତଳେ ଏହି ମାଛର ଜୀବାଶ୍ମ ସୁଇଜରଲ୍ୟାଣ୍ଡ ଓ ଇଟାଲୀର ନଦୀରେ ଠାବ କରାଯାଇଥିଲା। ଇଉରୋପରେ ଯଦିଓ ଏହାର ସନ୍ଧାନ ମିଳିଥିଲା, କିନ୍ତୁ ପ୍ରଥମଥର ଏସୀୟ ମହାଦେଶର ରାଷ୍ଟ୍ରରେ ଏହି କଣ୍ଟା ପ୍ରଜାତି ମାଛର ଜୀବାଶ୍ମ ଚିହ୍ନଟ କରାଯାଇଛି। ୨୪ କୋଟି ବର୍ଷ ପୂର୍ବେ ଏହି ମାଛ ଏସୀୟ ରାଷ୍ଟ୍ରରେ ବହୁଳ ଭାବେ ବଂଶବିସ୍ତାର କଲେ। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ମାଛ ଲୋପ ପାଇଯାଇଛନ୍ତି। ବିଶେଷଜ୍ଞ ବିଶ୍ବବାସୀଙ୍କୁ ସଚେତନ କରାଇଛନ୍ତି ଯେ ବର୍ତ୍ତମାନ ଯେଉଁଭଳି ଭାବେ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ହେଉଛି, ଏବେଠାରୁ ସତର୍କ ନ ହେଲେ ବିଶ୍ବରୁ ଆହୁରି ଅନେକ ପ୍ରଜାତିର ପଶୁପକ୍ଷୀ ମଧ୍ୟ ଲୋପ ପାଇଯିବେ।

Comments are closed.