୪୦ କିଲୋ ବାରହା ମାଂସ ଜବତ

ମୁରିବାହାଲ : ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲ ପଥର ଖୁଦାନ। ସୋମବାର ଦିନ ଅପରାହ୍ନ ସାଢେ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା ଖବର ପାଇଥିଲା ବନ ବିଭାଗ। ଘଟଣାସ୍ଥଳରେ ପହଂଚିଥିଲେ। ଦୁର୍ବୃତମାନେ ବନ ବିଭାଗ କର୍ମଚାରୀ ଆସିବା ଜାଣି ଘଟଣାସ୍ଥଳରୁ ଫେରାର  ହୋଇଯାଇଥିଲେ। ଘଟଣାସ୍ଥଳରେ ୪୦ କେଜିରୁ ଉର୍ଦ୍ଧ୍ବ ମାଂସ ଜବତ କରି ମୁରିବାହାଲ ରେଞ୍ଜକୁ ଅଣାଯାଇଥିଲା। ମୁରିବାହାଲ ଫରେଷ୍ଟର କାମେଶ୍ୱର ତାଣ୍ଡି ମୁରିବାହାଲ ଅତିରିକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଡ.ଭବାନୀଶଙ୍କର ବେହେରାଙ୍କୁ ଜଣାଇଥିଲେ। ଡ.ବେହେରାଙ୍କ ଉପସ୍ଥିତିରେ ଲେବୋଟରୀ ଟେଷ୍ଟ ପାଇଁ ରଖି ବାକି ବାରହା ମାଂସକୁ ରେଞ୍ଜ ଅଫିସ ପରିସରରେ ପୋତା ଯାଇଥିଲା। ଚଢାଉରେ ଗୁଡିଘାଟ ଫରେଷ୍ଟର ଆଦିତ୍ୟ ନନ୍ଦ, ଫରେଷ୍ଟ ଗାର୍ଡ କିଶୋର କୁମାର ପଣ୍ଡା, ବିରଂଚି କୁମ୍ଭାର, ଜ୍ୟୋତିରଞ୍ଜନ ବଗର୍ତି, ଫରେଷ୍ଟ ପ୍ରୋଟେକ୍ସନ କ୍ୱାଡ ଲକ୍ଷ୍ମୀଧର କର୍ମୀ, କୁର୍ତ୍ତି ବାଗ, ଗଣପତି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.