ରାଜସ୍ଥାନ କୋଟାରୁ ଫେରିଲେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୪୫ ଜଣ ଛାତ୍ରଛାତ୍ରୀ

ଭବାନୀପାଟଣା : ରାଜସ୍ଥାନର କୋଟାରେ କୋଚିଂ ନେବା ପାଇଁ ଯାଇ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଲକ୍ ଡାଉନ ଯୋଗୁଁ  ନିଜ ଘରକୁ ଆସି ନପାରି ସେଠାରେ ରହି ଯାଇ ଥିଲେ । ଦୁଇ ରାଜ୍ୟର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ କୋଟାରୁ ଆଜି ୨  ଦୁଇ ଗୋଟି ବସ ଆସିଥିଲା । ସେଥିରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୪୫ ଜଣ ଛାତ୍ର ଛାତ୍ରୀ ଆସି ପହଞ୍ଚିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ କଡା ସୁରକ୍ଷା ଭିତରେ ସଂଗରୋଧ ଗୃହରେ ରଖା ଯାଇଛି । ସେହିପରି କୋଟାରୁ ଆଉ କିଛି ଛାତ୍ରଛାତ୍ରୀ ମଧ୍ୟ ଫେରୁଥିବା ସୂଚନା ରହିଛି ।

Comments are closed.