ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଫୁଟବଲର ଫ୍ରାଙ୍କୋଙ୍କ ବିୟୋଗ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫୁଟବଲର ପୂର୍ବତନ ଡିଫେଣ୍ଡର ତଥା ୧୯୬୨ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଫର୍ଚୁନାଟୋ ଫ୍ରାଙ୍କୋଙ୍କ ସୋମବାର ଦେହାନ୍ତ ହୋଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଫର୍ଚୁନାଟୋଙ୍କ ବିୟୋଗ ନେଇ ଏଆଇଏଫ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଅନ୍ୟତମ ଶ୍ରେଷ୍ଠ ମିଡ୍‍ଫିଲଡର ଭାବେ ପରିଚିତ ଫର୍ଚୁନାଟୋଙ୍କ ସମୟରେ ୧୯୬୦ରୁ ୧୯୬୪ ପର୍ଯ୍ୟନ୍ତ ଭାରତୀୟ ଫୁଟବଲ ପାଇଁ ସ୍ୱର୍ଣ୍ଣିମ ସମୟ ରହିଥିଲା।

୧୯୬୦ ରୋମ ଅଲିମ୍ପିକ୍‍ସ ଭାରତୀୟ ଦଳରେ ଫର୍ଚୁନାଟୋ ପ୍ରଥମେ ସ୍ଥାନ ପାଇଥିଲେ। ସେହିପରି ୧୯୬୨ ଜାକର୍ତା ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଉକ୍ତ ଏସୀୟ କ୍ରୀଡ଼ାରେ ଫର୍ଚୁନାଟୋ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଭାରତ ଶେଷ ଥର ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲା। ଭାରତ ଫାଇନାଲରେ ୨-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ୱର୍ଣ୍ଣ ବିଜୟୀ ହୋଇଥିଲା। ଉକ୍ତ ମ୍ୟାଚ ଦେଖିବାକୁ ଷ୍ଟାଡ଼ିୟମରେ ଏକ ଲକ୍ଷ ଦର୍ଶକ ଉପସ୍ଥିତ ଥିଲେ। ସେହିପରି ୧୯୬୨ ଏସିଆ କପ୍‍ରେ ଭାରତ ରନର୍ସଅପ ହୋଇଥିବା ବେଳେ ସେ ଦଳର ପ୍ରତିନିଧିତ୍ୱ କରିଥିଲେ। ଏକ ସମୟରେ ପି.କେ ବାନାର୍ଜୀ, ଚୁନି ଗୋସ୍ୱାମୀ, ତୁଳସୀଦାସ ବଳରାମ ଏବଂ ଜର୍ନେଲ ସିଂହ ଓ ଫର୍ଚୁନାଟୋ ଫ୍ରାଙ୍କୋ ଭାରତୀୟ ଫୁଟବଲ ଦଳ ପାଇଁ ଖେଳୁଥିଲେ। ଫ୍ରାଙ୍କୋ ୧୯୯୯​‌େ​‌ର ଅବସର ନେଇଥିଲେ। ତାଙ୍କ ମୃତ୍ୟୁରେ ଏଆଇଏଫଏଫ ସଭାପତି ପ୍ରଫୁଲ୍ଲ ପଟେଲ ଓ ସମ୍ପାଦକ କୁଶଳ ଦାସ ଶୋକ ପ୍ରକାଶ କରି କହିଛନ୍ତି।

Comments are closed.