ଦ୍ବିତୀୟ ଦିନିକିଆ ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳରେ ଶୋକ : ଦଳର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବାସିଲ ବୁଚରଙ୍କ ପରଲୋକ

ନୂଆଦିଲ୍ଲୀ : ଆସନ୍ତାକାଲି(ବୁଧବାର) ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ମ୍ୟାଚ ପୂର୍ବରୁ ମଙ୍ଗଳବାର ୱେଷ୍ଟଇଣ୍ଡିଜ ଦଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବାସିଲ ବୁଚରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ସେ ଚିକିତ୍ସିତ ହେଉଥିଲେ। ସୋମବାର ଫ୍ଲୋରିଡାରେ ତାଙ୍କର ଦେହାନ୍ତ ହୋଇଛି।

ବୁଚର ପୂର୍ବତନ ୱେଷ୍ଟଇଣ୍ଡି ମିଡିଲ ଅର୍ଡ଼ରର ମୁଖ୍ୟ ବ୍ୟାଟ୍ସମ୍ୟାନ ଥିଲେ। ସେ ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ବେଶ୍ ପରିଚିତ ହୋଇଥିଲେ। ତାଙ୍କୁ ଆଉଟ କରିବା ବୋଲରମାନଙ୍କ ପାଇଁ କାଠିକର ପାଠ ଥିଲା। ୧୯୭୦ରେ ସେ ବିଜଡନ କ୍ରିକେଟ ଅଫ ଦି ଇୟରରେ ସମ୍ମାନିତ ହୋଇଥିଲେ।
ସେ ୪୪ଟି ଟେଷ୍ଟ ମ୍ୟାଚ ଖେଳି ୩୧୦୪ରନ କରିଥିଲେ। ଯେଉଁଥିରେ ତାଙ୍କର ୭ଟି ଶତକ ସାମିଲ ଥିଲା। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୧ଟି ଶତକ ନିଜ ନାମରେ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୧୩୭୩ ରନ ଇଂଲଣ୍ଡ ବିପକ୍ଷରେ କରିଥିଲେ। ବୁଚର ଭାରତ ବିପକ୍ଷରେ ଦୁଇଟି ଶତକ ଓ ତିନୋଟି ଅର୍ଦ୍ଧଶତକ କରିଥିଲେ।

Comments are closed.