ସଚିନଙ୍କୁ ଦୁଇଥର ଭୁଲ ଆଉଟ୍‌ ଦେଇଥିଲି: ବକ୍‌ନର

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ଏହି ମହାନ ଆଇସିସି ପୂର୍ବତନ ଅମ୍ପାୟାର ଷ୍ଟିଭ୍‌ ବକ୍‌ନର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇ ଆଉଟ୍‌ ଦେଇଥିଲେ। ଏଭଳି ଏକ ଖୁଲାସା କରିଛନ୍ତି ନିଜେ ଷ୍ଟିଭ୍‌ ବକ୍‌ନର। ସଚିନଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇବା ନେଇ ମୁଁ ବହୁତ ଅନୁତପ୍ତ ବୋଲି ବକ୍‌ନର କହିଛନ୍ତି। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଜାସନ ଗିଲେସ୍ପିଙ୍କ ବଲରେ ସଚିନଙ୍କୁ ଆଉଟ୍‌ ନିଷ୍ପତ୍ତି ଶୁଣାଇଥିଲି। ଗିଲେସ୍ପିଙ୍କ ଓଭର ଦି ୱିକେଟ ବଲରେ ସଚିନଙ୍କୁ ଏଲ୍‌ବିଡବ୍ଳୁ ଆଉଟ୍‌ ଶୁଣାଇଥିଲି। ଏଭଳି ଏକ ସମାନ ଘଟଣା ମଧ୍ୟ ୨୦୦୫ରେ ଇଡେନଗାର୍ଡେନ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ଘଟିିଥିଲା। ଅବଦୁଲ ରଜାକ୍‌ଙ୍କ ଏକ ବଲ ସଚିନଙ୍କ ହାତରେ ବାଜିଥିବାବେଳେ କ୍ୟାଚ ନିଷ୍ପତ୍ତି ଶୁଣାଇଥିଲି। ସଚିନ୍‌ଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇଥିଲେ ମଧ୍ୟ ସଚିନଙ୍କ ଠାରୁ ଟିକିଏ ହେଲେ ପ୍ରତିବାଦ ଶୁଣିବାକୁ ମିଳିନଥିଲା। ସଚିନଙ୍କ ଏଭଳି ମହାନତା ଅନ୍ୟ କ୍ରିକେଟରଙ୍କଠାରେ ଦେଖିବାକୁ ମିଳେନାହିଁ ବୋଲି ବକ୍‌ନର କହିଛନ୍ତି।

Comments are closed.