ବେଙ୍ଗଲି ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

କୋଲକାତା : ବେଙ୍ଗଲି ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ତଥା ତୃଣମୁଳ କଂଗ୍ରେସ(ଟିଏମସି)ର ପୂର୍ବତନ ସାଂସଦ ତାପସ ପାଲଙ୍କ ମଙ୍ଗଳବାର ଦେହାନ୍ତ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ହୃଦୟ ଜନିତ ସମସ୍ୟାରେ ତାଙ୍କର ମୁମ୍ବଇର ଏକ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ତାପସ ପାଲ ନିଜ ଝିଅକୁ ଭେଟିବା ପାଇଁ ମୁମ୍ବଇ ଜାଇଥିଲେ। କୋଲକାତା ଫେରିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ହଠାତ ସେ ତାଙ୍କ ଛାତିାରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଜୁହାରର ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଙ୍ଗଳବାର ଭୋର ୪ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ପଲ୍ କୃଷ୍ଣ ନଗରରୁ ଦୁଇ ଥର ସାଂସଦ ଏବଂ ଅଲିପୁରରୁ ବିଧାୟକ ରହିଥିଲେ। ତାଙ୍କ ପରିବାରରେ ପତ୍ନୀଙ୍କ ସମେତ ଗୋଟିଏ ଝିଅ ମଧ୍ୟ ରହିଛି। ୨୦୧୬ରେ ଚିଟଫଣ୍ଡ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତେବେ ୧୩ମାସ ପରେ ସେ ଜାମିନ ପାଇଥିଲେ।

Comments are closed.