ଦୁର୍ନୀତି ଅଭିଯୋଗରେ ସୁଦାନର ପୂର୍ବତନ ରାଷ୍ଟ୍ରପତି ଅଲ ବସିରଙ୍କୁ ୨ବର୍ଷ ଜେଲ ଦଣ୍ଡ

ସୁଦାନ: ଅର୍ଥ ହେରଫେର ଓ ଦୁର୍ନୀତି ମାମଲାରେ ସୁଦାନର ପୂର୍ବତନ ରାଷ୍ଟ୍ରପତି ଉମର ଅଲ ବସିରଙ୍କୁ ଖାରତୁମର ଏକ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଲ ବସିରଙ୍କ ବିରୁଦ୍ଧରେ ଚାଲିଥିବା ଆଇନଗତ ପ୍ରକ୍ରିୟାର ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ଦଣ୍ଡାଦେଶ ଦିଆଯାଇଛି। ଡାରଫୁର ସଂଘର୍ଷ ସମୟରେ ନର ସଂହାର ଏବଂ ଯୁଦ୍ଧ ଅପରାଧ ଅଭିଯୋଗରେ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ବସିରଙ୍କୁ ଆଇନ ପ୍ରକ୍ରିୟା ଭିତରକୁ ଆଣିବାକୁ ଚେଷ୍ଟା କରୁଥିଲା।

ଅଲ ବସିରଙ୍କ ଏକଛତ୍ରବାଦୀ ଶାସନର ଅନ୍ତଃ ଘଟାଇବା ଲାଗି ସୁଦାନର ଆନ୍ଦୋଳନକାରୀମାନେ ବିଦ୍ରୋହ କରିବା ପରେ ଏଭଳି ନିଷ୍ପତ୍ତି ହୋଇଛି। ତିନି ଦଶନ୍ଧି ଧରି କ୍ଷମତାରେ ଥିବା ଅଲ ବସିରଙ୍କ ଯୋଗୁ ଆମେରିକା ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ତାଲିକାରେ ସୁଦାନ ସ୍ଥାନ ପାଇଥିଲା। ତ୍ରୁଟି ପୂର୍ଣ୍ଣ ପରିଚାଳନା ଓ ଆମେରିକାର ପ୍ରତିବନ୍ଧକ ଯୋଗୁ ସୁଦାନର ଅର୍ଥ ବ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ସେଠାକାର ଅଧିବାସୀମାନେ ପ୍ରାୟ ଏକ ମାସ ଧରି ଦେଶ ଆପି ପ୍ରଦର୍ଶନ କରିବା ପରେ, ସୁଦାନ ସେନା ଗତ ଏପ୍ରିଲରେ ଅଲ ବସିରଙ୍କୁ ଗିରଫ କରିଥିଲା।

Comments are closed.