ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ଦେଶର ଅର୍ଥବ୍ୟବସ୍ଥା ଚିନ୍ତାଜନକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତର ଅର୍ଥବ୍ୟବସ୍ଥାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତ, ଆମ ଦେଶର ଅର୍ଥବ୍ୟବସ୍ଥାରେ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି। ଦେଶର ସାମାଜିକ ବ୍ୟବସ୍ଥାରେ ଦେଖାଦେଇଥିବା ଅବନତି ଯୋଗୁଁ ଅର୍ଥନୀତି ଦୁର୍ବଳ ହେଉଛି ବୋଲି ସେ କହିଛନ୍ତି । ମନମୋହନ କହିଛନ୍ତି, ଆଜି ଜାରୀ କରାଯାଇଥିବା ସକଳ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୪.୫ପ୍ରତିଶତକୁ ହ୍ରାସ ପାଇଛି। ଏହାକୁ ସ୍ବୀକାର କରିବାକୁ ହେବ। ସକଳ ଘରୋଇ ଉତ୍ପାଦ(ଜିଡିପି)ର ଅଭିବୃଦ୍ଧି ହାର ୫ପ୍ରତିଶତରୁ କମି ୪.୫ପ୍ରତିଶତ ହେବା ଅତ୍ୟନ୍ତ ଚିନ୍ତାଜନକ।
ସେ ଆହୁରି କହିଛନ୍ତି, ଆମକୁ ଦେଶର ଅର୍ଥବ୍ୟବସ୍ଥାକୁ ୮ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସମାଜରେ ଲୋକମାନଙ୍କ ମନରୁ ଭୟକୁ ବାହାର କରିବାକୁ ହେବ ଏବଂ ସେମାନଙ୍କର ଆତ୍ମବିଶ୍ବାସକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଦେଶରେ ଅର୍ଥବ୍ୟବସ୍ଥାର ସ୍ଥିତି ସମାଜର ସ୍ଥିତିର ପ୍ରତିବିମ୍ବ।

Comments are closed.