ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି କରୋନା ସଂକ୍ରମିତ

ଇସଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ପୁଅ କାସୀମ ଗିଲାନି ଶନିବାର ଏହି ସୂଚନା ଦେଇଛନ୍ତି। କାସୀମ ତାଙ୍କ ଟ୍ୱିଟରେ ତାଙ୍କ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ଇମ୍ରାନ ଖାନ ସରକାର ଏବଂ ନାବ(National Accountibilty Burearu)ଙ୍କୁ ଧନ୍ୟବାଦ! ଆପଣ ମୋ ପିତାଙ୍କ ଜୀବନକୁ ବିପଦରେ ପକାଇ ଦେଇଥିବାରୁ ଆପଣଙ୍କୁ ମୋର ଧନ୍ୟବାଦ,ମୋ ପିତାଙ୍କର। କରୋନା ପରୀକ୍ଷା ପଜିଟିଭ ଆସିଛି।‘।ଗୁରୁବାର ଦିନ ରାୱଲପିଣ୍ଡିରେ ହୋଇଥିବା ନାବ(National Accountibilty Burearu)ର ଶୁଣାଣିରେ ୟୁସୁଫ ରାଜା ଗିଲାନି ଯୋଗ ଦେଇଥିଲେ।

ଏହାପୂର୍ବରୁ ପାକିସ୍ତାନର ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅୱାସି ଏବଂ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରସିଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Comments are closed.