ପାକିସ୍ତାନର ପୂର୍ବତନ କ୍ରିକେଟର ଜାଫର ସର୍ଫରାଜଙ୍କ ମୃତ୍ୟୁ, କରୋନାରେ ଆକ୍ରାନ୍ତ ଥିଲେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ଜାଫର ସର୍ଫରାଜଙ୍କ ମୃତ୍ୟୁ ଘଟିଛି। ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପେଶାୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ୩ ଦିନ ତଳେ ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ପାକିସ୍ତାନରେ କରୋନାରେ ଜଣେ କ୍ରିକେଟରଙ୍କ ମୃତ୍ୟୁ ହେବା ଘଟଣା ପ୍ରଥମ।

ସୂଚନାଯୋଗ୍ୟ, ସର୍ଫରାଜ ୧୯୮୮ରେ କ୍ରିକେଟ ଦୁନିଆରେ ପାଦ ରଖିଥିଲେ। ସେ ୧୫ଟି ଫ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୬୧୬ ରନ୍‌ ସଂଗ୍ରହ କରିଥିଲେ। ପରେ ସେ ୬ଟି ଦିନିକିଆ ଖେଳିଥିଲେ। ୧୯୯୪ରେ ସେ କ୍ରିକେଟରୁ ଅବସର ନେଇଥିଲେ। ୨୦୦୦ ମସିହାରେ ସେ ଉଭୟ ସିନିୟର ଏବଂ ଅଣ୍ଡର-୧୯ ପେଶାୱର ଟିମର କୋଚିଂ ଦାୟିତ୍ଵ ଗ୍ରହଣ କରିଥିଲେ। ସର୍ଫରାଜ ଅନ୍ତର୍ଜାତୀୟ ଖେଳାଳି ଅଖତର ସର୍ଫରାଜଙ୍କ ଭାଇ ଥିଲେ। ଅଖତର ୧୦ମାସ ତଳେ କର୍କଟ ରୋଗରେ ପ୍ରାଣ ହରାଇଥିଲେ।

Comments are closed.