ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ବର : ଓଡିଶାର ପୂର୍ବତନ ପୋଲିସ ଡିଜିପି ଏସ କେ ଚାଟାର୍ଜୀଙ୍କ ପରଲୋକ । ଶନିବାର ରାତିରେ ନୂଆଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଛି। ପୂର୍ବତନ ପୋଲିସ ଡିଜିପି ଏସ କେ ଚାଟାର୍ଜୀଙ୍କ ପରଲୋକ ନେଇ ବର୍ତ୍ତମାନର ପୋଲିସ ଡିଜି ଅଭୟ ଟ୍ବିଟ ଯୋଗେ ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି।


୧୯୬୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ  ଏସ କେ ଚାଟାର୍ଜୀ ୨୦୦୦ ମସିହା ମାର୍ଚ୍ଚ ୧୩ରୁ ୨୦୦୧ ମସିହା ଏପ୍ରିଲ ୩୦ ଯାଏଁ ଓଡିଶା ଡିଜିପି ଭାବରେ କାର୍ଯ୍ୟଭାର ତୁଲାଇଥିଲେ।

Comments are closed.