କରୋନାରେ ପୂର୍ବତନ ମୁମ୍ବଇ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବଇ : କରୋନା ଭୂତାଣୁ ସଂକ୍ରମଣରେ ପୂର୍ବତନ ମୁମ୍ବଇ କ୍ରିକେଟର୍‌ ସଚିନ ଦେଶମୁଖଙ୍କ ପରଲୋକ ହୋଇଯାଇଛି। ଥାନେସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଦେଶମୁଖ ଉଭୟ ମୁମ୍ବଇ ଓ ମହାରାଷ୍ଟ୍ର ରଣଜୀ ଦଳରେ ସ୍ଥାନ ପାଇଥିଲେ ତେବେ ସେ କେବେ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ୧୯୮୬ ମସିହାରେ ମହାରାଷ୍ଟ୍ର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳରେ ସ୍ଥାନ ପାଇ ସେ ବେଶ୍ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦେଶମୁଖ ମୁମ୍ବଇର ଅବକାରୀ ବିଭାଗରେ ଚାକିରି କରିଥିଲେ। ସେ ଅନେକ କ୍ଲବସ୍ତରୀୟ ମ୍ୟାଚ୍‌ ଖେଳିବା ସହ ମୁମ୍ବଇ ପୁଲିସ ଦଳ ତରଫରୁ ଅନେକ କ୍ରିକେଟ୍‌ ମ୍ୟାଚ୍‌ ଖେଳିଥିଲେ। ଦେଶମୁଖଙ୍କ ପରଲୋକରେ ମୁମ୍ବଇ କ୍ରିକେଟ୍ ଆସୋସିଏସନ୍‌ର ଅନେକ ପଦାଧିକାରୀ ଶୋକବ୍ୟକ୍ତ କରିଛନ୍ତି।

Comments are closed.