ପୂର୍ବତନ ସାଂସଦ ଉପେନ୍ଦ୍ର ନାୟକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମ ବାସୀନ୍ଦା ତଥା ପୂର୍ବତନ ସାଂସଦ ଉପେନ୍ଦ୍ର ନାୟକ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ସେ କିଡନୀ ରୋଗରେ ପିଡୀତ ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶିକ୍ଷକତା ଜୀବନରୁ ଅବସର ନେବା ପରେ ସେ ବିଜେପିରେ ଯୋଗ ଦେବା ପରେ ୧୯୯୮ରେ ମାତ୍ର ୧୩ ମାସ ପାଇଁ କେନ୍ଦୁଝର ସାଂସଦ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏବେ ପରିଣତ ବୟସରେ ପହଞ୍ଚି ଥିବାରୁ ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ଯ କାମନା କରାଯାଉଛି।

Comments are closed.