କରୋନାରେ ପୂର୍ବତନ ସାଂସଦଙ୍କ ମୃତ୍ୟୁ, ପରିବାରର ଅନ୍ୟ ୪ ସଦସ୍ୟ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ହୋଇ ଜଣେ ପୂର୍ବତନ ସାଂସଦଙ୍କ ମୃତ୍ୟୁ ଘଟିଛି। ସେ ହେଉଛି ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲ। ସେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗତ ଜୁଲାଇ ୩୦ରେ ସୁରେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ସୁରେନ୍ଦ୍ରଙ୍କ ପୁଅ ମନ୍ତ୍ରୀ ଅତୁଲ ଗର୍ଗଙ୍କୁ ନିବେଦନ କରିଥିଲେ। ଅତୁଲ ଗର୍ଗ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ସହିତ ଆଲୋଚନା କରିବା ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। କିନ୍ତୁ ମାସାଧିକ କାଳ ସୁରେନ୍ଦ୍ରଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଅନ୍ୟପଟେ ସୁରେନ୍ଦ୍ରଙ୍କ ପରିବାରର ଅନ୍ୟ ୪ ସଦସ୍ୟ ମଧ୍ୟ​‌ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ବି ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Comments are closed.