ପୂର୍ବତନ ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ

ଭୁବନେଶ୍ଵର: ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି। ଖରିଆର ରୋଡ୍‌ସ୍ଥିତ ବାସଭବନରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ପୁଅ ସୁରେଶ ଆଚାରୀ ତାଙ୍କ ପରଲୋକ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏ.ଭି. ସ୍ବାମୀଙ୍କ ପୂରାନାମ ହେଉଛି ଆଲାଜାଙ୍ଗି ବିଶ୍ଵନାଥ ସ୍ବାମୀ। ସେ ୧୯୨୯ ଜୁଲାଇ ୧୮ ତାରିଖରେ ନବରଙ୍ଗପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ ଏପ୍ରିଲ ୪ରେ ସେ ସ୍ବାଧୀନ ଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ ଏପ୍ରିଲ ୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

Comments are closed.