ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ

କଟକ : ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଭୋଇଙ୍କର ଶନିବାର ସକାଳୁ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ସେ ୨୦୦୯ ରୁ ୨୦୧୪ ଯାଏଁ ବିଜୁ ଜନତା ଦଳ(ବିଜେଡ଼ି) ଟିକେଟରେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ।

ରବୀନ୍ଦ୍ର ନାଥ ଭୋଇଙ୍କ ପୈତୃକ ଘର ବିରିଡ଼ି ବ୍ଲକର  ବାଲିଆ ଗୋପୀନାଥପୁରେ। ଭୋଇଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.