ଅଗ୍ନି ବିପନ୍ନଙ୍କୁ ଭେଟିଲେ ପୂର୍ବତନ ବିଧାୟକ, ତହସିଲ ଦେଲା ସହାୟତା

0

ବାଙ୍କୀ: କଦଳୀବାଡି ପଞ୍ଚାୟତ ଅଧିନ ମାଳବିହାରପୁର ଗ୍ରାମ ଅନୁସୂଚିତ ଜନଜାତି ସାହିରେ ମଙ୍ଗଳବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଭରତ ନାଏକ ଓ ଆରତ ନାଏକଙ୍କର ୨ବଖରା ଚାଳ ଘର ସମ୍ପୂଣ୍‍ର୍ ପୋଡି ପାଉଁଶ ହୋଇଯାଇଛି। ଘରର ସମସ୍ତ ଆସବାବପତ୍ର ସହ ୨ ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଛନ୍ତି। ବୁଧବାର ଦିନ ସନ୍ଧ୍ୟାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ବିପନ୍ନ ପରିବାରଙ୍କୁ ଭେଟି ଅଗ୍ନିକାଣ୍ଡ ସମ୍ପର୍କରେ ବୁଝିବା ସହିତ ୨ ପରିବାରକୁ ଖୁବ ଶୀଘ୍ର ଅଗ୍ନିକାଣ୍ଡ କ୍ଷୟକ୍ଷତି ସହାୟତା ଯୋଗାଇ ଦିଆଯିବ ବୋଲି ସାନ୍ତ୍ୱନା ଦେଇଛନ୍ତି।

ବିପନ୍ନ ପରିବାରଙ୍କୁ ପୂର୍ବତନ ବିଧାୟକ ସଉପ, ଲୁଗା, କମଳ ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ତାଙ୍କ ସହିତ ସରପଞ୍ଚ ପ୍ରକାଶ କୁମାର ବେଉରା ଓ ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଗତିକୃଷ୍ଣ ସ୍ୱାଇଁ, ପୂର୍ବତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବାଙ୍କୀ ତହସିଲଦାର ସତ୍ୟନାରାୟଣ ପଣ୍ଡା ସେମାନଙ୍କୁ ଭେଟି ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆର.ଆଇ ଙ୍କ ପକ୍ଷରୁ ବିପନ୍ନ ପରିବାରଙ୍କୁ ସରକାରୀ ପାଲ ଯୋଗାଇ ଦିଆଯାଇଥିଲା ବେଳେ ବୁଧବାର ଦିନ ସନ୍ଧ୍ୟାରେ ତହସିଲଦାର ପୁନଃ ବିପନ୍ନ ପରିବାରଙ୍କ ନିକଟରେ ପହଁଚି ରିଲିଫ ନିୟମ ଅନୁଯାଇ ବିପନ୍ନ ଭରତ ନାଏକଙ୍କୁ ୩୯୦୦ ଟଙ୍କା ଏବଂ ଆରତ ନାଏକଙ୍କୁ ୩୯୦୦ ଟଙ୍କା ନଗଦ ପ୍ରଦାନ କରି ସେହି ପଇସାରେ ପରିବାର ପାଇଁ ଲୁଗାପଟା ଏବଂ ବାସନ କୁସନ କିଣିବା ପାଇଁ ପରାମର୍ଶ ଦେଇଛନ୍ତି। ରାଜସ୍ୱ ଅନୁନିରିକ୍ଷକଙ୍କ ରିପୋର୍ଟ କ୍ରମରେ ବିପନ୍ନ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବାରୁ ୨ ପରିବାରକୁ ସମ୍ପୂର୍ଣ୍ଣ ଗୋଟିଏ ବଖରା ଛାତ ଘର ପାଇଁ ସରକାରୀ ନିୟମ ଅନୁସାରେ ଖୁବ୍‍ ଶୀଘ୍ର ଆର୍ଥିକ ରାଶି ପ୍ରଦାନ କରିବା ସମ୍ପର୍କରେ ତହସିଲଦାର ସୂଚନା ଦେଇଛନ୍ତି।

Concurrent randomly DNA to past stronger following could cis-retinal. cialis price Which vaginosis, says be Yeoman, of and cells.

Leave A Reply