ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ ; ବିଭିନ୍ନ ମହଲରେ ଶୋକ

ଭବାନୀପାଟଣା :  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ୭୮ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ଫଳରେ ସାରା ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସାମ, ମିଜୋରାମ ଏବଂ ବିହାରର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସଙ୍କ ବଡ ଭାଇ।

ଭବାନୀପାଟଣା ସ୍ଥିତ ବଡପଡାରେ  ଅଜିତ ଦାସ ୩/୨/୧୯୪୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ବ୍ରଜମୋହନ ହାଇସ୍କୁଲରେ ଶିକ୍ଷା  ସମପ୍ତି ପରେ ୧୯୬୭ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ୧୨ ବର୍ଷ ବାୟୁସେନାରେ ଚାକିରୀ କରିବା ପରେ ସେ ଚାକିରୀରୁ ଅବସର ନେବା ପରେ ସେ ଜିଲ୍ଲା ବାସୀଙ୍କ ସେବା ପାଇଁ ନିଜକୁ ନିୟୋଜିତ କରିଥିଲେ। ୧୯୭୭ ମସିହାରେ ସେ ଜନତା ଦଳରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ  ୧୯୯୦ରେ ଜନତା ଦଳରୁ ଭବାନୀପାଟଣା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳରେ ଯୋଗଦେଇଥିଲେ।  ସେ ଜଣେ ନିଷ୍ଠାପର ଓ ସ୍ପଷ୍ଟବାଦୀ ବ୍ୟକ୍ତି ଭାବରେ ସବୁ ମହଲରେ ପରିଚିତ ଥିଲେ। ଗତ କିଛି ମାସହେଲା ଅସୁସ୍ଥ ଥିଲେ। ତାଙ୍କର ସ୍ତ୍ରୀ ରେଖା ଦାସ ଓ ଦୁଇ ଝିଅ ଏବଂ ପରିବାର ଅନ୍ୟ ସଦସ୍ୟ ମାନେ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ତାଙ୍କର ସାନ ଭାଇ ଭକ୍ତ ଦାସ ମିଜୋରାମରେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତଥିବା ଥିବାରୁ ସେ ଭବାନୀପାଟଣାରେ ଅନୁପସ୍ଥିତ ରହିଛନ୍ତି । ଭକ୍ତଦାସ  ଭବାନୀପାଟଣା ଆସିବା ପରେ ୫ ତାରିଖ ଦିନ ସକାଳେ ଶବସତ୍କାର ହେବ ବୋଲି ସ୍ୱର୍ଗତ ଅଜିତ ଦାସଙ୍କ ପରିବାର ସୁତ୍ରରୁ ପ୍ରକାଶ ।

ଅଜିତ ଦାସଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଅଜିତ ଦାସଙ୍କ ଶେଷଦର୍ଶନ ପାଇଁ ତାଙ୍କ ବଡପଡା ବାସଭବନରେ ଗହଳି ଲାଗି ରହିଛି । ଅଜିତ ଦାସଙ୍କ ବିୟୋଗରେ  ସାସଂଦ ବସନ୍ତ ପଣ୍ଡା, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପେନ୍ଦ୍ର ସିଂହ, ପୂର୍ବତନ ମନ୍ତ୍ରୀ ରାହାସବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ, ଦେବୀ ସିନ୍ଦୁର, ପରମାନନ୍ଦ ମାଝୀ , ମହମ୍ମଦ ସାହେବ, ତ୍ରୀଲୋଚନ ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ରାମକୁମାର ଜୈନ, ପୂର୍ବତନ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ, ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ନନ୍ଦ, ଅବିନାଶ ଠାକୁର, ମଣ୍ଟୁ ନାଏକ, କଂଗ୍ରେସର ରବିନ୍ଦ୍ର ପାଟ୍ଟଯୋଷୀ, ବିଭୂତି ଭୂଷଣ ମହାକୁଡ, ସିଦ୍ଦାର୍ଥ ନାୟକ ପ୍ରମ୍ମୁଖ ଶୋକ ପ୍ରକାଶ କରିଛନ୍ତି ।

Comments are closed.