ସହରାଇଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଶୁକ୍ରବାର ଦେହାନ୍ତ ହୋଇଯାଇଛି । ସହରାଇ ଓରାମ ଚମ୍ପୁଆ ଆସନରୁ ୫ଥର ବିଧାୟକ ହେବା ସହ ବିଜୁବାବୁଙ୍କ ସରକାରରେ ମନ୍ତ୍ରୀ ଥିଲେ।

ସହରାଇ ଓରାମଙ୍କ ଦେହାନ୍ତରେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟ୍ବିଟ୍ କରି ଲେଖିଛନ୍ତି, “ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଚମ୍ପୁଆ ଆସନରୁ ୫ଥର ବିଧାୟକ ଏବଂ ବିଜୁବାବୁଙ୍କ ସରକାରରେ ମନ୍ତ୍ରୀ ଭାବେ ଲୋକଙ୍କ ସେବା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

Comments are closed.