କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କରୋନା କବଳରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧ ରମୈୟା । କରୋନା ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।


ଟ୍ବିଟ କରି ଲେଖିଛନ୍ତି, ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ତେଣୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହ ସେ କହିଛନ୍ତି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଲକ୍ଷଣ ଯାଞ୍ଚ କରନ୍ତୁ ଏବଂ ସୁରକ୍ଷା ଦୃଷ୍ଟିରୁ କ୍ବାରେଣ୍ଟାଇନରେ ରୁହନ୍ତୁ ।

ସୂଚନାଯୋଗ୍ୟ ଏହା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ଡାକ୍ତର କହିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ମଣିପାଳ ହସ୍ପିଟାଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି।

Comments are closed.