ବିଜେପିରେ କର୍ଣ୍ଣାଟକର ‘ସିଙ୍ଘମ୍‍ ଆନ୍ନାମଲାଇ’

ଚେନ୍ନଇ : କର୍ଣ୍ଣାଟକର ପୂର୍ବତନ ଆଇପିଏସ୍‍ ଅଫିସର ଆନ୍ନାମଲାଇ କୁପୁସ୍ୱାମୀ ବିଜେପିରେ ଯୋଗଦେଇଛନ୍ତି। ସିଙ୍ଘମ ଆନାମଲାଇ ଭାବେ ପରିଚିତ ଏହି ପୂର୍ବତନ ଆଇପିଏସ୍‍ ଅଫିସର ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଏଲ୍‍ ମୁରୁଗାନ ଓ ଜାତୀୟ ସାଧାରଣ ସମ୍ପାଦକ ପି ମୂରଲୀଧର ରାଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ତାମିଲନାଡୁ କାରୁର ଜିଲାର ବାସିନ୍ଦା କର୍ଣ୍ଣାଟକ କ୍ୟାଡର ଆଇପିଏସ୍‍ ଭାବେ ଚାକିରି କରିଥିଲେ। ସେ ଦକ୍ଷିଣ ବେଙ୍ଗାଲୁରୁର ଡିସିପି ଏବଂ ଉଡୁପି ଓ ଚିକମାଗାଲୁର ଜିଲା ଏସପି ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ଜଣେ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁ ପରେ ସେ ଚାକିରି ଛାଡିଦେଇଥିଲେ। ନିଜ ସହରରେ ସେ ଚାଷ କାର୍ଯ୍ୟ କରିବା ସହିତ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲାଗି ଏକ ସଂଗଠନ ଚଳାଇଛନ୍ତି।

Comments are closed.