ଲୋକସେବକ ମଣ୍ଡଳର ଉପସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ପୂର୍ବତନ ସୂଚନା ଲୋକସଂପର୍କ ନିର୍ଦ୍ଦେଶକ 

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ବୈଷ୍ଣବ ଚରଣ ମହାନ୍ତି, ଲୋକ ସେବକ ମଣ୍ଡଳର ସର୍ବଭାରତୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆଠଗଡ ସ୍ଥିତ ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରରେ ଶ୍ରୀ ମହାନ୍ତି ସ୍ୱଲିଖିତ ପୁସ୍ତକ ଚମ୍ପାଫୁଲର ମହକ ଓ ଶ୍ରୀମଦ ଭାଗବତର ଓଡିଆ ଅନୁବାଦର ପୁସ୍ତକକୁ ପଣ୍ଡିତ ରଥଙ୍କୁ ପ୍ରଦାନ କରିଥିଲେ। ଚିକିତ୍ସାଳୟର ରୋଗୀସେବା ,ବିଭିନ୍ନ ପ୍ରକୋଷ୍ଠ, ନିଦାନ ପରୀକ୍ଷାକେନ୍ଦ୍ର, ଅଧ୍ୟାତ୍ମିକ କେନ୍ଦ୍ର ଓ ପ୍ରାକୃତିକ ପରିବେଶ ଦେଖି ଶ୍ରୀ ମହାନ୍ତି ଖୁସି ହୋଇଯାଇଥିଲେ। ଶ୍ରୀ ମହାନ୍ତିଙ୍କ ଏହି ପରିଦର୍ଶନ କାଳରେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠି ଆଇନଜୀବି ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ।

Comments are closed.