ପୂର୍ବତନ ଭାରତୀୟ ଫୁଟବଲର୍‌ ମାନିଟୋମ୍ବିଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଡିଫେଣ୍ଡର ତଥା ପ୍ରତିଷ୍ଠିତ କ୍ଲବ ମୋହନବାଗାନର ଅଧିନାୟକ ମାନିଟୋମ୍ବି ସିଂହଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୩୯ବର୍ଷ ବୟସ ହୋଇଥିଲା। ମଣିପୁରିର ଇମ୍ପାଲସ୍ଥିତ ନିଜ ଗ୍ରାମରେ ତାଙ୍କର ପରଲୋକ ହୋଇଛି। ମାନି​‌େ​‌ଟାମ୍ବିଙ୍କ ପରଲୋକରେ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ୍‌) ସଭାପିତ ପ୍ରଫୁଲ୍ଲ ପଟେଲ, ସାଧାରଣ ସମ୍ପାଦକ କୁଶାଲ ଦାସଙ୍କ ସମେତ ମୋହନବାଗାନ୍ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମାନିଟୋମ୍ବି ୨୦୦୨ରେ ଭିଏତନାମ୍‌ର ହୋଚିମିନ୍‌ ସିଟିରେ ଆୟୋଜିତ ଏଲଜି କପ୍‌, ୨୦୦୨ ବୁସାନ୍‌ ଏସୀୟ କ୍ରୀଡ଼ାରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହାଛଡ଼ା ମୋହନବାଗାନ୍‌ କ୍ଳବର ଅଧିନାୟକ ଦାୟିତ୍ବ ତୁଲାଇବା ସହିତ ୨୦୦୩ ଆଇଏଫ୍‌ଏ ସିଲ୍ଡ ଓ ୨୦୦୪ ଏୟାରଲାଇନ୍‌ ଗୋଲ୍ଡକପ୍‌ରେ ଦଳକୁ ଚମ୍ପିଆନ କରାଇବାରେ ସକ୍ଷମ ହୋଇଥିଲେ।

Comments are closed.