ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକା ମୃଦୁଳା ସିହ୍ନାଙ୍କର ପରଲୋକ

ପଣଜୀ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକା ମୃଦୁଳା ସିହ୍ନାଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।  ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିବା ମୃଦୁଳା ସିହ୍ନା ଆରମ୍ଭରୁ ଜନ ସଂଘ ସହିତ ଜଡିତ ଥିଲେ। ତାଙ୍କୁ ବିଜେପିର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଗଣାଯାଇଥିଲା। ଜଣେ ସଫଳ ରାଜନେତା ବ୍ୟତୀତ ସେ ଜଣେ ସଫଳ ଲେଖିକା ମଧ୍ୟ ଥିଲେ। ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ତାଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ମୃଦୁଳା ସିହ୍ନା ମହାଶୟାଙ୍କୁ ଜନସାଧାରଣଙ୍କ ସେବା ପାଇଁ ସ୍ମରଣ କରାଯିବ। ସେ ଜଣେ ଦକ୍ଷ ଲେଖକ ଯିଏକି ସାହିତ୍ୟ ତଥା ସଂସ୍କୃତି ଜଗତକୁ ଅନେକ ଅବଦାନ ରଖିଥିଲେ। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି। ‘

Comments are closed.