କ୍ରିକେଟରୁ ରାଜନୀତି – ବିଜେପିରେ ଯୋଗଦେଲେ ଗୌତମ ଗମ୍ଭୀର

0

ନୂଆଦିଲ୍ଲୀ: ଜଣାଶୁଣା କ୍ରିକେଟ ଖେଳାଳୀ ଗୌତମ ଗମ୍ଭୀର ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ଗମ୍ଭୀର ଯୋଗ ଦେଇଛନ୍ତି। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାପରେ ସେ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଗମ୍ଭୀରଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ମିଳିବ କି ନାହିଁ, ସେ ନେଇ ମନ୍ତ୍ରୀ ଜେଟଲୀ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ସେ କହିଛନ୍ତି ଯେ ଟିକେଟ ବାଣ୍ଟିବା କାମ ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଅଟେ। ୫୮ଟି ଟେଷ୍ଟ ଓ ୧୫୦ଟି ଏକଦିବସୀୟ ମ୍ୟାଚ ଖେଳି ୧୧ହଜାର ରନ ସଂଗ୍ରହ କରିଥିବା ଗମ୍ଭୀର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି। ଗମ୍ଭୀରଙ୍କୁ ଚଳିତ ନିର୍ବାଚନରେ ପାର୍ଟି ଷ୍ଟାର ଖେଳାଳୀ ପ୍ରଚାରକ ଦାୟିତ୍ୱ ଦେବା ସମ୍ଭାବନା ରହିଛି।

Leave A Reply