ପୁଣି ନିରାଶ ହେଲେ ଚିଦାମ୍ବରମ : ନଭେମ୍ବର ୨୭ ପର୍ୟ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଜେଲାରୁ ମୁକୁଳିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ପୁଣିଥରେ ନିରାଶ ହୋଇଛନ୍ତି। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ନଭେମ୍ବର ୨୭ ପର୍ୟ୍ୟନ୍ତ ତିହାର ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜିର ଶୁଣାଣି ପାଇଁ ଚିଦମ୍ବରମଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା ।

Comments are closed.