ବଢିଲାନି ସମୟସୀମା; ଜେଲ ଯିବେ ସଜ୍ଜନ

0

ନୂଆଦିଲ୍ଲୀ: ଶିଖ୍‍ ବିରୋଧୀ ହିଂସାକାଣ୍ଡରେ ଅଭିଯୁକ୍ତ ତଥା ପ୍ରାକ୍ତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଡିସେମ୍ବର ୩୧ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହେବା ପରେ କିଛି ଦିନ ସମୟ ଦେବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ନିଜ ସମ୍ପତ୍ତି ୩ ସନ୍ତାନ ଓ ୮ଜଣ ନାତି ନାତୁଣୀଙ୍କ ମଧ୍ୟରେ ବଣ୍ଟିବା ପାଇଁ ଓ ସୁପ୍ରିମ କୋର୍ଟରେ ପୁନର୍ବିଚାର ଆବେଦନ କରିବା ପାଇଁ ଏକ ମାସ ସମୟସୀମା ମାଗିଥିଲେ ସଜ୍ଜନ କୁମାରଙ୍କ ଓକିଲ। ତେବେ କୋର୍ଟ ପକ୍ଷରୁ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି।
ପ୍ରାକ୍ତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୧୯୮୪ଶିଖ୍‍ ବିରୋଧୀ ହିଂସାକାଣ୍ଡରେ ସଜ୍ଜନ କୁମାରଙ୍କ ନାମରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Leave A Reply