ଅବସରପ୍ରାପ୍ତ ପ୍ରଧାନବିଚାରପତି ଠକେଇର ଶିକାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନବିଚାରପତି ଆରଏମ ଲୋଧା ଠକେଇର ଶିକାର ହୋଇଛନ୍ତି। ଅନଲାଇନରେ ହୋଇଥିବା ଏହି ଠକେଇରେ ଜଷ୍ଟିସ ଲୋଧା ୧ଲକ୍ଷ ଟଙ୍କା ହରାଇଛନ୍ତି। ଠକେଇ ସମ୍ପର୍କରେ ଜଷ୍ଟିସ ଲୋଧା ମାଲବ୍ୟ ନଗର ଥାନା ସାଇବର ସେଲରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଜଷ୍ଟିସ ଲୋଧା ତାଙ୍କର ବନ୍ଧୁ ତଥା ଅନ୍ୟତମ ଅବସରପ୍ରାପ୍ତ ବିଚାରପତି ବିପି ସିଂହଙ୍କ ସହିତ ନିୟମିତ ଭାବେ ଇମେଲ୍‌ ବାର୍ତ୍ତାଳପ କରନ୍ତି। ଏପ୍ରିଲ ୧୯ରେ ଜଷ୍ଟିସ ସିଂହଙ୍କ ଠାରୁ ଜଷ୍ଟିସ ଲୋଧା ଏକ ଇମେଲ ପାଇଥିଲେ ଯେଉଁଥିରେ ସେ ୧ଲକ୍ଷ ଟଙ୍କା ଆବଶ୍ୟକତା ସେ ଦର୍ଶାଇଥିଲେ। ଇମେଲ ପାଇବା ପରେ ସେଥିରେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ଜଷ୍ଟିସ ଲୋଧା ଅନଲାଇନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା ଜମା କରିଥିଲେ। ଜଷ୍ଟିସ ସିଂହଙ୍କ ଇମେଲକୁ କେହି ହ୍ୟାକ କରି ଏପରି ଟଙ୍କା ଠକି ନେଇଥିବା ଜଣାଯାଇଛି।

Comments are closed.