ସାଂସଦ ହେଲେ ପୂର୍ବତନ ବିଚାରପତି ଗୋଗୋଇ, ଶପଥପାଠ ଉତ୍ସବରେ ବିରୋଧୀଙ୍କ ହଟ୍ଟଗୋଳ

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଗୁରୁବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଇଂରାଜୀ ଭାଷାରେ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଏବଂ ଅନ୍ୟ ସଦସ୍ୟମାନଙ୍କୁ ସେ ଅଭିବାଦନ ଜଣାଇଥିଲେ।

ରଂଜନ ଗୋଗୋଇ ଶପଥପାଠ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରି ଗୃହ ଛାଡି ପଳାଇଥିଲେ। ଶପଥ ଗ୍ରହଣ ପାଇଁ ଗୋଗୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

Comments are closed.