ଦିଲ୍ଲୀ ପହଞ୍ଚିଲେ ଗୋଗୋଇ : ଆସନ୍ତାକାଲି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ

ନୂଆଦିଲ୍ଲୀ : ସୁପ୍ରମିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଦିଲ୍ଲୀ ପହଞ୍ଚିଛନ୍ତି। ଗୋଗୋଇ ଆସନ୍ତକାଲି(ଗୁରୁବାର) ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ଗୁରୁବାର ସକାଳ ୧୧ଟାରେ ସେ ଶପଥ ଗ୍ରହଣ କରିବେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଗୋଇ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରିମାଳାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଥିଲେ।

Comments are closed.