ପୂର୍ବତନ ସିଇସି ଟି.ଏନ ଶେଷାନ୍‍ ଆଉ ନାହାନ୍ତି : ୮୬ ବର୍ଷ ବୟସରେ ହୃଦଘାତରେ ପରଲୋକ

ଚେନ୍ନଇ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ ଶେଷାନ୍‍ ଆଉ ନାହାନ୍ତି । ରବିବାର ରାତିରେ ୮୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି।
୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ନିର୍ବାଚନ କମିଶନ ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ନିର୍ବାଚନରେ ସେ ଅନେକ ସଂସ୍କାର ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ। ନିର୍ବାଚନରେ ସ୍ୱଚ୍ଛତା ଆଣିବା ଓ ଅନୟମିିତ୍ତତା ଦୂର କରିବା ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ମୁଖ୍ୟ ନିର୍ବାଚନ କମିଶନ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

କେରଳର ପାଲାକ୍କଡ ଜିଲ୍ଲାରେ୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଶେଷାନ ୧୯୯୬ରେ ରମଣ ମାଗ୍‌ସେସେ ପୁରସ୍କାର ସହ ଏକାଧିକ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ।

ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଡକ୍ଟର ଏସ. ୱାଇ କ୍ୟୁରେସୀ ଟ୍ୱିଟି କରି ଟି.ଏନ ଶେଷାନ୍‍ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.