ପୂର୍ବତନ ବାଂଲାଦେଶ ସ୍ପିନର୍‌ ମୁଶାରଫ ହୋସେନ୍‌ଙ୍କୁ କରୋନା

ଢାକା: ବାଂଲାଦେଶ କ୍ରିକେଟ୍‌ ଦଳର ପୂର୍ବତନ ବାମହାତୀ ସ୍ପିନର ମୁଶାରଫ ହୋସେନ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ତରଫରୁ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ୩୮ ବର୍ଷୀୟ ହୋସେନ୍‌ ଗତ ୪ମାସ ହେବ ଅସୁସ୍ଥ ଅଛନ୍ତି। ତାଙ୍କୁ ବ୍ରେନ୍‌ ଟ୍ୟୁମର୍‌ ହୋଇଥିବାରୁ କିଛିଦିନ ତଳେ ଅ​‌େ​‌ସ୍ତ୍ରାପଚାର କରାଯାଇଥିଲା। ତାଙ୍କ ବାପା କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସି ହୋସେନ୍‌ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ହୋସେନ୍‌ଙ୍କ ବାପା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କର ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରବିବାର ହୋସେନ୍‌ଙ୍କ ରିପୋର୍ଟ ହସ୍ତଗତ ହୋଇଥିବାବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ହୋସେନ୍‌ଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।

Comments are closed.