ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ଆଇସିସି ମ୍ୟାଚ ରେଫରୀ ବେରୀ ଜର୍ମନଙ୍କ ୮୪ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ଏଥି ନେଇ ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଖେଳାଳି ଭାବେ ପରିଚିତ ଜର୍ମନ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ୧୯୫୯ରେ କାନପୁରରେ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ମୋଟ ୧୯ଟି ଟେଷ୍ଟ ମ୍ୟାଚ ଖେଳି ୧୪.୮୧ ପ୍ରତିଶତ ହାରରେ ଦୁଇଟି ଅର୍ଦ୍ଧଶତକ ସହ ୪୦୦ରନ କରିଥିଲେ।

Comments are closed.