ଟାଇପିଷ୍ଟ ଚାକିରି ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତାକ୍ଷର ନକଲ

0

ବେଙ୍ଗାଲୁରୁ: ଟାଇପିଷ୍ଟ ଚାକିରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦସ୍ତଖତକୁ ନକଲ କରିବାର ପ୍ରୟାସ କରି ଗିରଫ ହୋଇଛନ୍ତି ଜଣେ ୩୦ ବର୍ଷ ବୟସ୍କ ଯୁବକ।
କର୍ଣ୍ଣାଟକ ହାଇକୋର୍ଟରେ ଟାଇପିଷ୍ଟ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା। ସେହି ଚାକିରି ପାଇଁ ବେଲାଗାଭିର ସଞ୍ଜୟ କୁମାର ଉଦେଦ ଆବେଦନ କରିଥିଲେ। କେବଳ ସେତିକି ନୁହେଁ ଚାକରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମ ସୁପାରିସ କରିଥିବା ସଞ୍ଜୟ ପ୍ରମାଣ ଦେବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସଞ୍ଜୟ ନରେନ୍ଦ୍ର ମୋଦୀଙ୍କ ହସ୍ତାକ୍ଷର ସମ୍ବଳିତ ପିଏମ୍‍ଓଙ୍କ କାର୍ଯ୍ୟାଳୟ ଦେଇଥିବା ଏକ ସୁପାରିସ ପତ୍ର ଆବେଦନ ପତ୍ର ସହିତ ପଠାଇଥିଲେ। ଆବେଦନପତ୍ରଗୁଡ଼ିକୁ ଯାଞ୍ଚ କରିବା ବେଳେ ସନ୍ଦେହ ହେବାରୁ ପିଏମ୍‍ଓ ସହିତ ଯୋଗାଯୋଗ କରାଯାଇଥିଲା। ସେଭଳି କୌଣସି ସୁପାରିସ ପତ୍ର ପଠାଯାଇନଥିବା ପିଏମ୍‍ଓରୁ ଜଣାପଡ଼ିବା ପରେ କର୍ଣ୍ଣାଟକ ହାଇକୋର୍ଟ ଡେପୁଟି ରେଜିଷ୍ଟ୍ରାର ରାଜେଶ୍ୱରୀ ଏକ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ ବିଧାନା ସୌଧା ପୁଲିସ ସଞ୍ଜୟଙ୍କୁ ଗିରଫ କରିଛି।

Leave A Reply