ବେଆଇନ କରତ କଳରେ ଚଢଉ,୩ ଗିରଫ

ପଦ୍ମପୁର: ପଦ୍ମପୁର ଉପଖଣ୍ତ  ଗାଇସିଲେଟ ଥାନା ଅଧିନସ୍ଥ ଅଏଁଲାଭଟା ଠାରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଜଂଗଲ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି । ବିଳମ୍ବିତ ରାତ୍ରରେ ବନ ବିଭାଗର ଚଢଉ ଯୋଗୁଁ କାଠ ମାଫିଆମାନେ ଟେର୍ ପାଇ ନ ଥିଲେ । ସେଠାରେ ଥିବା ୭୭.୭୮ ଘନଫୁଟ ଶାଗୁଆନ କାଠ ଗଣ୍ତି, ୧ ଟ୍ରାକ୍ଟର, ୨ଟି ବାଇକ, କାଠ କାଟିବା ପାଇଁ ବ୍ୟବହୃତ କରତ କଳ ଜବତ କରାଯାଇଛି । ଜବତ ଶାଗୁଆନ କାଠର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାଯାଏ । କାଠ ମାଫିଆ ୩ ଜଣ  ବିଜେପୁର ଥାନା ଟେଂଗରା ଗ୍ରାମର ସହଦେବ ସାହୁ,ଦୁତିଆ ସା, ସୁରେନ୍ଦ୍ର ନାଏକ ଚଢାଉରେ ରେଂଜର ହରିଶଂକର ନାୟକ,ଫରେଷ୍ଟର ସୁଶାନ୍ତ ଦାଶ,ଘାସିରାମ ବିଭାର,ଫରେଷ୍ଟ ଗାର୍ଡ ଦେବେନ୍ଦ୍ର ପ୍ରଧାନ,ପୃଥ୍ବୀରାଜ ଭୋଇ ଓ ସ୍କାର୍ଡ  ସାମିଲ ଥିଲେ ।

Comments are closed.