ବନ ବିଭାଗର ଚଢ଼ାଉ, ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଅନ୍ତର୍ଗତ ତେଲିପଡା ନିକଟରୁ ରବିବାର  ପାଟଣା ବନ ବିଭାଗ ଏକ ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ କାଠ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ତେଲିପଡା ନିକଟରେ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବନ ବିଭାଗ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଟିକୁ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ପିକ୍ଅପ୍ ଭ୍ୟାନରେ ୪ ଟି ବଡ ଗମ୍ଭାରୀ ଗଡ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଏହି ଚଢାଉ ରେ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ସନାତନ ମିଶ୍ର, ବନରଖି ତ୍ରିନାଥ ଜେନା ଓ ମହମ୍ମଦ ଓ୍ବାସିମ୍ ଏବଂ ପାରାକର୍ମଚାରୀ ଚଢାଉରେ ସାମିଲ ଥିଲେ ।

Comments are closed.