ବନବିଭାଗ ହାତରେ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ

ଆଠଗଡ: ବନବିଭାଗ ଫାଶରେ ପଡିଛି ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ ଅଲି। ଶୁକ୍ରବାର ବନବିଭାଗ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ୍ ଅଲି ସମେତ ତାର ଦୁଇ ସହଯୋଗୀ ସନ୍ତୋଷ ଓ ହାଡିବନ୍ଧୁକୁ ଗିରଫ କରିଛି  । କିଙ୍ଗପିନ୍ ଅଲି ନିକଟରୁ ମୃତ ବଜ୍ରକାପ୍ତା ସହ ମୋବାଇଲ ଡାଟା ଜବଦ କରାଯାଇଛି। ଅଭିଯୁକ୍ତ ମାନେ ବଜ୍ରକାପ୍ତାକୁ ଫାର୍ମାଲିନ୍ ଦେଇ ମାଛ ସହ ବାହାରକୁ ଚାଲାଣ କରୁଥିବା ଗିରଫ ପରେ ସ୍ବିକାର କରିଥିବା ଜଣାପଡିଛି । କିଙ୍ଗପିନ ସମେତ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠଗଡ ବନବିଭାଗ ଡିଏଫଓ ସସ୍ମିତା ଲେଙ୍କା।

Comments are closed.