ଚିଲିକାକୁ ପଶିଲା ବିଦେଶୀ ଜାହାଜ

ଚିଲିକା : ଚିଲିକାକୁ ଏକ ବିଦେଶୀ ଜାହାଜ ପଶିଆସିଥିବା ଜଣାପଡିଛି। ଶୁକ୍ରବାର ସମୁଦ୍ରରେ ପ୍ରବଳ ଝଡ ପବନରେ ଦିଗହରା ହୋଇ ମାଲବାହୀ ଜାହାଜଟ ଚିଲିକା ଭିତରକୁ ପଶିଆସିଛି ବୋଲି କୁହାଯାଉଛି। ଜାହାଜଟି ଗୋପାଳପୁରରୁ ଆସି ରାଜହଂସରେ ଲାଗିଛି। ଏହି ମାଲବାହୀ ଜାହାଜଟି ମାଲେସିଆରୁ ମାଙ୍ଗାନିଜ ଓ ଲୁହାପଥର ନେଇ ବାଂଲାଦେଶ ଯାଉଥିବା ସୂଚନା ମିଳିଛି। ଜାହାଜରେ ୧୦ ମାଲେସିଆ ନାଗରିକ ଏବଂ ଜଣେ ବାଂଲାଦେଶ ନାଗରିକ ଥିବା ଜଣାପଡିଛି।

Comments are closed.