୬ ପର୍ଯ୍ୟାୟ ମତଦାନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି: ସୁଷମା

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁବାର ଲୋକସଭା ନିର୍ବାଚନର ୬ ପର୍ଯ୍ୟାୟ ମତଦାନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି ବୋଲି ଦାବି କରିଛନ୍ତି। କାଶୀର ଏକ କାର୍ଯ୍ୟକ୍ରମରେ ସୁଷମା ଏହି ଦାବି କରିଛନ୍ତି। ଏହାସହ ୭ମ ପର୍ଯ୍ୟାୟ ମତଦାନରେ ଏହାକୁ ପ୍ରଚଣ୍ଡ ବହୁମତରେ ପରିଣତ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।
କାଶୀ ଚୌକାଘାଟସ୍ଥିତ ସଂସ୍କୃତ ସଂକୁଳରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ମାତୃ ଶକ୍ତି ସମାଗମରେ ଯୋଗଦେଇ ସୁଷମା ସ୍ୱରାଜ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟ ପାଇଁ ବଜେପିକୁ ପୂର୍ଣ୍ଣ ଜନାଦେଶ ମିଳିଛି। ଏହି କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ମଜଭୁତ କାର୍ଯ୍ୟଯୋଜନା ପ୍ରସ୍ତୁତ ଅଛି। ସରକାରଙ୍କ ଆକଳନ ପାଇଁ ଜାତୀୟ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ସମ୍ମାନ, ବିଦେଶ ନୀତି, ଅର୍ଥ ବ୍ୟବସ୍ଥା, ରାଷ୍ଟ୍ରୀୟ ବିକାଶ ଏବଂ ଲୋକ କଲ୍ୟାଣ ଆଦି ୫ଟି ମାପଦଣ୍ଡ ରହିଛି। କେନ୍ଦ୍ର ସରକାର ଏସବୁ ମାପଦଣ୍ଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ତେଣୁ ଏହି ନିର୍ବାଚନରେ ବିଜେପିକୁ ଲୋକେ ପ୍ରଚଣ୍ଡ ବହୁମତ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Comments are closed.