୪୩୪ କୋଟି ଡଲାର ବଢ଼ିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଗତ ୯ ଏପ୍ରିଲରେ ଶେଷ ହେଉଥିବା ସପ୍ତାହ ସୁଦ୍ଧା ଦେଶର ବିଦ୍ରେଶୀ ମୁଦ୍ରା ଭଣ୍ଡାର ୪୩୪ କୋଟି ଡଲାର ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଫଳରେ ଦେଶରେ ଏବେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ବୃଦ୍ଧି ପାଇ ୫୮ ହଜାର ୧୨୧ କୋଟି ଡଲାରରେ ପହଞ୍ଚିଛି।

ଗତ ଏପ୍ରିଲ ୨ରେ ଶେଷ ହେଉଥିବା ସପ୍ତାହ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୨୪୨ କୋଟି ଡଲାର ହ୍ରାସ ପାଇଁ ୫୭ ହଜାର ୬୨୮ କୋଟି ଡଲାରରେ ପହଞ୍ଚିଥିଲା। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ, ୨୦୨୧ ଏପ୍ରିଲରେ ସମାପ୍ତ ହୋଇଥିବା ସମୀକ୍ଷାଧୀନ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି।

Comments are closed.